୨୩ଟି ଶିଳ୍ପ ସଂସ୍ଥା ଉପରେ ବକେୟା ରହିଛି ୧୦୯୬.୩୨ କୋଟି ଟଙ୍କା ବିଜୁଳି ବିଲ
ଭୁବନେଶ୍ୱର: ରାଜ୍ୟର ୨୩ ଶିଳ୍ପସଂସ୍ଥା ବକେୟା ବିଜୁଳି ବିଲ ଦେଉନାହାନ୍ତି । ବୁଧବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି ।
ଶ୍ରର ସିଂହଦେଓ ଆହୁରି କହିଛନ୍ତି ଯେ ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬.୩୨ କୋଟି ଟଙ୍କା ବକେୟା ରହିଛି । ୧୦ ବର୍ଷରେ ୧୪ଟି ଶିଳ୍ପସଂସ୍ଥାକୁ ୪୦୯୭.୬୭ କୋଟି ଟଙ୍କା ବକେୟା ଛାଡ଼ ହୋଇଥିବା ଶ୍ରୀ ସିଂହଦେଓ କହିଛନ୍ତି ।
Powered by Froala Editor