ଜଗଦୀପ ଧନକରଙ୍କ ବିରୋଧରେ ଆସିପାରେ ଅନସ୍ଥା

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଜଗଦୀପ ଧନକରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ। ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୋଟିଏ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିବେ। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏହା ଉପରେ ଏକ ସହମତି ସୃଷ୍ଟି କରିବାକୁ କାର୍ଯ୍ୟ କରାଯିବ।
ଗୃହରେ ଉପସ୍ଥାପନ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବରେ ଏବେଠାରୁ ୭୦ ଜଣ ସାଂସଦ ଦସ୍ତଖତ କରିସାରିଲେଣି। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଥିବା ବେଳେ ଏହାକୁ ଟିଏମସି, ଆପ, ସାମାଜବାଦୀ ପାର୍ଟି ଓ ଇଣ୍ଡିଆ ବ୍ଲକରେ ଥିବା ବାକି ଦଳଗୁଡ଼ିକ ସମର୍ଥନ କରିଛନ୍ତି। ସେମାନେ ଅଧ୍ୟକ୍ଷ ଧନଖଡ଼ଙ୍କ ବିରୋଧରେ ସଂକଳ୍ପ ଆଣିବାକୁ ରାଜି ହୋଇଛନ୍ତି।
ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଛନ୍ତି। ସେ ସରକାରୀ ଦଳର ସଦସ୍ୟଙ୍କ ପ୍ରତି ନରମ ମନୋଭାଗ ରଖୁଥିବା ବେଳେ ବିରୋଧୀଙ୍କୁ କହିବାକୁ ଉପଯୁକ୍ତ ସୁଯୋଗ ଦେଉ ନାହାନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଅଣାଯାଉଛି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ।
Powered by Froala Editor