ପୁଷ୍ପା-୨ ସ୍କ୍ରିନିଂ ଦଳାଚକଟାରେ ମହିଳା ମୃତ୍ୟୁ ଘଟଣା: ଅଲ୍ଲୁଙ୍କ ନାଁରେ ରୁଜୁ ହୋଇପାରେ ମାମଲା
ପୁଷ୍ପା-୨ ପ୍ରିମିୟର ସମୟରେ ହାଇଦ୍ରାବାଦରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ମୃତ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି। ତେବେ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପୁଷ୍ପରାଜ ଅଲୁ ଅର୍ଜୁନଙ୍କ ନାମ ମଧ୍ୟ ସାମିଲ କରାଯାଇପାରେ।
ହାଇଦ୍ରାବାଦ ପୁଲିସ କମିଶନର ସି.ଭି. ଆନନ୍ଦ ଏକ ବିବୃତ୍ତିରେ କହିଛନ୍ତି ଯେ ଥିଏଟର ପରିଚାଳନା କିମ୍ବା ଅଭିନେତାଙ୍କ ପକ୍ଷରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା ଯେ ସେମାନେ ଏଠାକୁ ଆସିବେ। ଜନତାଙ୍କୁ ପରିଚାଳନା କରିବା ପାଇଁ ଥିଏଟର ପରିଚାଳନା ସୁରକ୍ଷା ସମ୍ବନ୍ଧରେ କୌଣସି ଅତିରିକ୍ତ ବ୍ୟବସ୍ଥା କରିନାହିଁ। ନା ଅଭିନେତା ଦଳ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ନଥିଲା।
ପୁଲିସ ସୂଚନା ଅନୁଯାୟୀ ଅଲ୍ଲୁ ଅର୍ଜୁନ ରାତି ପ୍ରାୟ ୯ଟା ୩୦ ସମୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କର ଟିକିଏ ଝଲକ ଦେଖିବାକୁ ଶହ ଶହ ଲୋକ ସେଠାରେ ଭିଡ଼ ଜମାଇବାରୁ ଦଳାଚକଟା ସ୍ଥିତି ଉପୁଜିଥଲା। ସେହି ସମୟରେ ତାଙ୍କ ସୁରକ୍ଷା କର୍ମୀ ଲୋକଙ୍କୁ ଠେଲିବା ଆରମ୍ଭ କରିଥିଲେ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।
ଏହି ପରିସ୍ଥିତିର ସୁଯୋଗ ନେଇ ଅଭିନେତା ଏବଂ ତାଙ୍କ ସୁରକ୍ଷା ଦଳ ସହିତ ବହୁ ସଂଖ୍ୟକ ଲୋକ ନିମ୍ନ ବାଲକୋନି ଅଞ୍ଚଳରେ ପ୍ରବେଶ କରିଥିଲେ। ଏଥିରେ ରେବଥୀ ଏବଂ ତାଙ୍କ ପୁଅ ପ୍ରାୟ ୯ ବର୍ଷ ବୟସରେ ବହୁ ସଂଖ୍ୟାରେ ଜନସମାଗମ ହେତୁ ଶ୍ୱାସରୁଦ୍ଧ ହୋଇପଡିଥିଲେ ବୋଲି ଅଧିକାରୀ କହିଛନ୍ତି।
Powered by Froala Editor