ତଦନ୍ତ ବାହାନାରେ ଡ୍ରେସ୍ ଖୋଲିବାକୁ କହିଲା ପୁଲିସ, ଜୀବନ ହାରିଦେଲେ ମହିଳା
ଜଣେ ମହିଳା ପୁଲିସ୍ ଦ୍ବାରା ଅତ୍ୟାଚାରର ଶିକାର ହୋଇ ଜୀବନ ହାରି ଦେଇଛନ୍ତି ମହିଳା। ପୀଡ଼ିତା ଜଣକ ଆତ୍ମହତ୍ୟା କରିବା ସହ ଏକ ‘ସୁଇସାଇଡ୍ ନୋଟ୍’ ଛାଡ଼ି ଯାଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିପରି ମହିଳା ପୁଲିସ୍ ସମସ୍ତଙ୍କ ସମ୍ମୁଖରେ ତାଙ୍କ କପଡ଼ା ଖୋଲିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ।
ମୃତ ମହିଳା ଜଣକ ହେଲେ ୩୩ ବର୍ଷୀୟ ଏସ୍ ଜିଭା। ସେ ପେସାରେ ଜଣେ ବ୍ୟବସାୟୀ ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ଶୁକ୍ରବାର ୨୨ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଭଉଣୀ ଏସ୍ ସଙ୍ଗୀତା ଡିଏସ୍ପି କନକଲକ୍ଷ୍ମୀଙ୍କୁ ଏସ୍ ଜିଭାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, ଏସ୍ ଜିଭା କର୍ଣ୍ଣାଟକ ଭୋବି ବିକାଶ ନିଗମ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଥିଲେ। ଯେଉଁଥିରେ ଚାକିରି ଯୋଜନା ଅନ୍ତର୍ଗତ ଭୋଭି ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଋଣ ଦେବା ପାଇଁ ଦିଆଯାଇଥିବା ଅର୍ଥ ହେରଫେର ମାମଲା ଜଡିତ ଥିଲା। ଏହି ମାମଲାର ତଦନ୍ତ ସିବିଆଇଡିକୁ ସିଆଇଡି ହସ୍ତାନ୍ତର କରାଯାଇଥିଲା।
ନଭେମ୍ବର ୧୪ରୁ ୨୩ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଏସ୍ ଜିଭାଙ୍କୁ ପଚରାଉଚରା କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ସିଆଇଡିକୁ ଅନୁମତି ଦେଇଥିଲେ। କିନ୍ତୁ ସିଆଇଡି ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା।
ତେବେ ଏଠାରେ ତାଙ୍କୁ ତଦନ୍ତ ଆଳରେ ହଇରାଣ କରାଯାଇଥିଲା। ତାଙ୍କୁ ଡ୍ରେସ୍ ଓହ୍ଲାଇବାକୁ କୁହାଯାଇଥିଲା। ପୁଲିସ ଅଧିକାରୀ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ସିଆଇଡି ଅଧିକାରୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ସେ ଏକ ୧୧ ପୃଷ୍ଠାର ‘ସୁଇସାଇଡ୍ ନୋଟ୍’ ଛାଡିଛନ୍ତି। ଦୁର୍ନୀତି ନିବାରଣ ଆଇନ ୧୯୮୮ ବିଭାଗ ଅଧୀନରେ ମାମଲା ପଞ୍ଜିକୃତ ହୋଇଛି।
Powered by Froala Editor