ନୃଶଂସତାର ସୀମା ଟପିଗଲେ ମହିଳା : ଆହତ କୁକୁରକୁ ବାନ୍ଧି ଘୋଷାରି ଘୋଷାରି ନେଲେ

ନୃଶଂସତାର ସୀମା ଟପିଗଲେ ଦୁଇ ମହିଳା । ଏକ ଆହତ କୁକୁରକୁ ସ୍କୁଟି ପଛରେ ବାନ୍ଧି ଘୋଷାରି ଘୋଷାରି ନେବା ବେଳେ ମନରେ ଟିକେ ବି ଦ୍ୱନ୍ଦ୍ୱ ଉପୁଜିନଥିଲା । ଏଭଳି ନୃଶଂସତା ପାଇଁ ସେମାନଙ୍କୁ ଗିରଫ କରାଯାଇଛି । ମହିଳା ଦୁଇ ଜଣ ହେଲେ ପଟିଆଲା ସ୍ଥିତ ଏକ ଗାଁର ଚଞ୍ଚଳ ଓ ସୋନିଆ ।
ଏହି ଦୁଇଜଣ ନୃଶଂସ ମହିଳା ଜୁନ ୨୦ ତାରିଖରେ ଏକ ଆହତ କୁକୁରଙ୍କୁ ସ୍କୁଟି ପଛରେ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନେଉଥିଲେ। ଯନ୍ତ୍ରଣାରେ ଛଟ୍ପଟ୍ ହେଉଥିଲେ ମଧ୍ୟ ଦୁଇଜଣଙ୍କ ମନକୁ ଟିକେ ବି ଦୟା ଅସିନଥିଲା। ରାସ୍ତାରେ ଦୁଇ ମହିଳା କୁକୁରକୁ ଟାଣି ନେଉଥିବା ଦେଖି କିଛି ଛୋଟ ପିଲା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଦୁଇ ମହିଳା କୁକୁରକୁ ରାସ୍ତାରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପୁଲିସ ସିସିଟିଭି ଫୁଟେଜ୍ ଜବତ କରିବା ସହିତ ପଶୁ ହିଂସା କ୍ଷେତ୍ରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି।
Powered by Froala Editor