ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ମୋଦୀ
ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଅଭିଯୋଗ ଆଣିବା ପରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଦାନୀଙ୍କ ଉପରେ ବର୍ଷିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି। ଆଦାନୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଘନିଷ୍ଠ ବନ୍ଧୁ। ସେ ହିଁ ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘‘୨୦୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଗୌତମ ଆଦାନୀ ମୋଦୀଙ୍କ ସୁରକ୍ଷା ପାଇଁ ନିର୍ଭୟରେ ଜୀବନଯାପନ କରୁଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ଉଭୟ ଭାରତ ଓ ଆମେରିକା ନିୟମ ଉଲ୍ଲଂଘନ କରିଛନ୍ତି। ମାତ୍ର ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସେ କିପରି ବିନା ଭୟରେ ବୁଲୁଛନ୍ତି!’’
ରାହୁଲ ଗାନ୍ଧି ଆହୁରି କହିଛନ୍ତି, 'ସେ ଆମେରିକାରେ ଅପରାଧ କରିଛନ୍ତି। ସେଠାରେ ୨ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଆଦାନୀ ଜୀଙ୍କୁ ଗିରଫ କରାଯିବା ଉଚିତ୍।
ଉଲ୍ଲେଖଯୋଗ୍ୟ, ବୁଧବାର ଆମେରିକା ଅଭିଯୋଗ ଅାଣିଛି ଯେ ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି। ଆମେରିକାରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ୍ ଦେଇଥିବା ଅଭିଯୋଗ ବି ତାଙ୍କ ନାମରେ ଆସିଛି ।
Powered by Froala Editor