ନାସିରୁଦ୍ଦିନଙ୍କୁ ନିମୋନିଆ
ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରତ୍ନା ପଠକ ଶାହା । ତାଙ୍କ ଫୁସଫୁସରେ ନିମୋନିଆର ଏକ ଛୋଟ ପ୍ୟାଚ୍ ଥିବା ଜଣାପଡିବା ପରେ ତାଙ୍କୁ ମୁମ୍ବାଇ ଖାରର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ନାସିରୁଦ୍ଦିନ ଶାହାଙ୍କୁ ଶେଷ ଥର ପାଇଁ ୨୦୨୦ ଡ୍ରାମା ମେ ରାକ୍ସାମରେ ଏବଂ ଏହାପୂର୍ବରୁ ଆମାଜନ ପ୍ରାଇମ ଭିଡିଓର ୱେବ୍ ଧାରାବାହିକ ବନ୍ଦିସ ବଣ୍ଡିଟ୍ସରେ ଦେଖିବାକୁ ମିଳିଥିଲା ।
Powered by Froala Editor