ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି। ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ।
ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏହା ଚତୁର୍ଥ ଆତଙ୍କୀ ଆକ୍ରମଣ। ଅକ୍ଟୋବର ୨୦ରେ ଗନ୍ଦେରବାଲସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ୟ୍ୟ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆଖିବୁଜା ଗୁଳିମାଡ଼ରେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ଛଅ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିଲେ। ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା।
Powered by Froala Editor