ମୁମ୍ବାଇରେ ଆଜି ଓ ଆସନ୍ତାକାଲି ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ'
ଭୁବନେଶ୍ୱର:ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଆଜି ଓ ଆସନ୍ତାକାଲି ଓଡ଼ିଶା ସରକାର ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ'। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ।କାର୍ୟ୍ୟକ୍ରମରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ ହେବାକୁ ଥିବା ‘ଇଣ୍ଡିଆ କେମ୍’ କାର୍ୟ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ।ଏଥିରେ ପାରାଦୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବା ସମ୍ଭାବନା ରହିଛି। ୧୯ ତାରିଖ ଅର୍ଥାତ୍ ଆସନ୍ତାକାଲି ୩ଶହରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର।
Powered by Froala Editor