ପାହାଡ଼ ଉପରୁ ଉଦ୍ଧାର ହେଲା ନିଖୋଜ ନାବାଳକର ମୃତଦେହ
ବଲାଙ୍ଗୀର :ଜିଲ୍ଲା ଲାଠୋର ଥାନା ଝଲିଆଲିଟି ଗାଁରେ ଗତକାଲି ସନ୍ଧ୍ୟା ବେଳୁ ନିଖୋଜଥିବା ନାବାଳକର ମୃତଦେହ ଆଜି ସକାଳେ ପାହାଡ଼ ଉପରୁ ମିଳିଲା । ପିଲାଟିକୁ ବଳି ଦିଆଯାଇ ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଝଲିଆଲିଟି ଗାଁ ପାଖରେ ଘଟିଛି। ମୃତ ନାବାଳକଜଣକ ଜଳପାଙ୍କେଲ ଗାଁର ସୋମନାଥ ବେମାଲ। ତାଙ୍କ ବୟସ ୧୧ ବର୍ଷ । ଗତକାଲି ସନ୍ଧ୍ୟା ସମୟରେ ସୋମନାଥ ଖେଳିବାକୁ ଘରୁ ବାହାରି ଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ବି ପୁଅର ସନ୍ଧାନ ପାଇ ପାରି ନ ଥିଲେ ପରିବାର ଲୋକେ। ସବୁଆଡ଼ୁ ନିରାଶ ହେବା ପରେ ସେମାନେ ଥାନାରେ ଏତଲା ଦେଇଥିଲେ । ଗତ ରାତି ସାରା ଗାଁ ଲୋକଙ୍କ ସମେତ ପୁଲିସ୍ କର୍ମଚାରୀ ବି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ପିଲାଟିର କୌଣସି ସନ୍ଧାନ ମିଳି ନ ଥିଲା। ଆଜି ସକାଳ ସମୟରେ ପାହାଡ଼ ଉପରେ ପିଲାଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ପିଲାଟିର କେମିତି ଏମିତି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ ।
Powered by Froala Editor