୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ
ଭୁବନେଶ୍ବର: ରାଜଧାନୀରେ ଫେକ୍ କଲ୍ ସେଣ୍ଟର ଠାବ ହେବା ପରେ ୩ ଦିନିଆ ରିମାଣ୍ଡରେ ଯିବେ ୬ ସାଇବର୍ ଠକ। ଏମାନେ ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ କରୁଥିବା ବେଳେ ଚଢ଼ାଉ କରିଥିଲା କମିଶନରେଟ ପୁଲିସର ସାଇବର ଟିମ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଥିଲା ଚଢ଼ାଉ।ଫେକ କଲ ସେଣ୍ଟର କରି ଲୋକଙ୍କୁ ଲଗାଯାଉଥିଲା ଚୁନା। ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଥିଲା। ୬ ସାଇବର୍ ଠକଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କମିଶନରେଟ ପୁଲିସର ସାଇବର ଟିମ।
Powered by Froala Editor