ବାଲକୋନିରୁ ପଡି ୩୧ ବର୍ଷୀୟ ଗାୟକଙ୍କ ମୃତ୍ୟୁ

ଲୋକପ୍ରିୟ ଗାୟକ ତଥା ଜଣାଶୁଣା ବ୍ରାଣ୍ଡ 'ଓ୍ୱାନ ଡାଇରେକ୍ସନ'ର ପୂର୍ବତନ ଗାୟକ ଲିୟାମ ପାୟନେଙ୍କ ମୃତ୍ୟୁ ହୋଇଛି । ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସ୍ରେ ଥିବା ନିଜ ହୋଟେଲର ବାଲକୋନି ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଛି। ୩୧ ବର୍ଷୀୟ ଲିୟାମ ଜାଣିଶୁଣି ଭାବେ ବାଲକୋନିରୁ ଖସି ପଡ଼ିଛନ୍ତି ନା ଏହା ଏକ ଦୁର୍ଘଟଣା ସେନେଇ କୌଣସି ଠୋସ୍ ସୂଚନା ମିଳିପାରି ନାହିଁ। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସେଠାର ଏକ ଡାକ୍ତରଖାନା ଲିୟାମଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି।
ଖବର ମୁତାବକ, ଲିୟାମ ନିଜ ସାଙ୍ଗର ଏକ କନସର୍ଟରେ ସାମିଲ ହେବା ପାଇଁ ଆଜେର୍ଣ୍ଟିନା ପହଞ୍ଚିଥିଲେ। ଏଠାରେ ଏକ ସୋଲୋ କନସର୍ଟ କରିଥାନ୍ତେ । ତେବେ କନସର୍ଟ ପୂର୍ବରୁ ହୋଟେଲରେ ସନ୍ଧ୍ୟା ୫ଟା ସମୟରେ ଲବିରେ ଏଣେତେଣେ ବୁଲୁଥିବାର ନଜର ଆସିଥିଲେ । ସେ ନିଜର ଲାପଟପ୍ ଭାଙ୍ଗିଥିବା ମଧ୍ୟ ସିସି ଟିଭିରେ ଦେଖିବାକୁ ମିଳିଛି । ଏହାପରେ ନିଜ ରୁମକୁ ଚାଲିଯାଇଥିଲେ ।
ପୋଲିସ କହିଛି ଯେ, ଗାୟକ ତାଙ୍କ ହୋଟେଲ ରୁମ୍, କାସାସୁର ପାଲେରମୋ ହୋଟେଲର ତୃତୀୟ ମହଲାରୁ ଖସି ପଡ଼ିଥିଲେ। ଏହାପରେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor