ପାଣ୍ଡିଆନ କେବେ ହେଲେ ବି ଆମର ନେତା ନଥିଲେ: ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର:ପାଣ୍ଡିଆନ ଆମ ନେତା ନଥିଲେ ବୋଲି ବୁଧବାର ଦେବାଶିଷ ସାମନ୍ତରାୟ କହିଛନ୍ତି । ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ମନ୍ତବ୍ୟକୁ କାଉଣ୍ଟର କରି ଦେବାଶିଷ ଏହା କହିଛନ୍ତି ।
ଏହାଛଡ଼ା ଦେବାଶିଷ କହିଛନ୍ତି ଯେ ପାଣ୍ଡିଆନ କେବେ ହେଲେ ବି ଆମର ନେତା ନଥିଲେ । ଆମ ନେତା ନବୀନ ପଟ୍ଟନାୟକ । ସତସାହସ ଅଛି ତ ତାଙ୍କୁ କୁହ । ଆମ ନେତା ନବୀନ । ସତସାହସ ଅଛି ତ ତାଙ୍କୁ ଦୋଷ ଦିଅ । ଅମର ଶତପଥୀ ବିଜେଡି ଛାଡ଼ି ଏନସିପି ଯିବାବେଳେ ବି ଏମିତି କହିଥିଲେ । ସେତେବେଳେ ଏମିତି କହି ପୁଣି କିଭଳି ସେ ବିଜେଡିକୁ ଫେରିଲେ । ପ୍ରସନ୍ନ ପାଟ୍ଟଶାଣୀ ଏତେ ଫାଇଦା ପାଇଲା ପରେ ବି ପୁଣି କିଭଳି କହିପାରୁଛନ୍ତି । ଯିଏ ଛାଡ଼ିବାର କଥା ଛାଡ଼ନ୍ତୁ, କିଛି ଫରକ ପଡ଼ିବନି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ୟ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ପରିଚାଳନାଗତ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ଦଳରେ ଥିବା ଓ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିବା କିଛି ବରିଷ୍ଠ ନେତା । ଏହି କ୍ରମରେ ପ୍ରସନ୍ନ ପାଟ୍ଟଶାଣୀ ମଙ୍ଗଳବାର ବିଜେଡିର ବିପର୍ୟ୍ୟୟ ପାଇଁ ସେ ସିଧା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିବା ସହ ଏକାଧିକ ବିସ୍ଫୋରକ ଟିପ୍ପଣୀ କରିଥିଲେ । ସେ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡିଥିଲେ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ଓ ଯେପର୍ୟ୍ୟନ୍ତ ଦଳ ଆଖପାଖରେ ପାଣ୍ଡିଆନ ଥିବେ ସେ ପର୍ୟ୍ୟନ୍ତ ‘ବିଜେଡି’ କ୍ଷମତାକୁ ଆସିବନାହିଁ ବୋଲି ସିଧାସଳଖ କହିଥିଲେ ବାବା ପାଟ୍ଟଶାଣୀ ।
Powered by Froala Editor