Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

ରାଜ୍ୟ
Home ›› ରାଜ୍ୟ ››ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନା କୁ ଆସିଯାଏ: ମୁଖ୍ୟମନ୍ତ୍ରୀ

ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନା କୁ ଆସିଯାଏ: ମୁଖ୍ୟମନ୍ତ୍ରୀ

2024-10-16 07:34:53
15449
Share:
Facebook
Twitter
E-Mail
WhatsApp
Telegram
ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନା କୁ ଆସିଯାଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି। ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡିଆର ଦୟଣାଚୋରି ମେଳଣ ଅନୁଷ୍ଠିତ ହୋଇଆସୁଅଛି। ତେଣୁ ଏପରି ଐତିହ୍ୟ ସଂପନ୍ନ ସ୍ଥଳର ଶିଳ୍ପୀ ଓ କାରୀଗର ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଗତ କାଲି ସନ୍ଧ୍ୟା ରେ ପିପିଲି ନିକଟସ୍ଥ ଅଲାରପୁର ଠାରେ ସ୍ଥାନୀୟ ହରଦୂର୍ଗା କ୍ଲବ୍‌ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଆପଣ ମାନେ ଓଡ଼ିଶାର ଶାସନ ଦାୟିତ୍ଵ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି। ପିପିଲି ଅଞ୍ଚଳକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ କେବଳ ହିଂସା ଓ ଅରାଜକତାରେ ଭରି ଦେଇଥିଲେ। ଆମ ସରକାର ଏଭଳି ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ନିନ୍ଦା କରେ। ଏହି ମହାନ୍ ଭୂମି ଜଗନ୍ନାଥ ସଂସ୍କୃତି ସହିତ ସଂପୃକ୍ତ ହୋଇ ପୂତ ଓ ପବିତ୍ର ଅଟେ । ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନା କୁ ଆସିଯାଏ। କେତେ ସୁନ୍ଦର ସୁନ୍ଦର ଚାନ୍ଦୁଆ ତିଆରି କରନ୍ତି ଆପଣ ମାନେ ! ଆପଣଙ୍କ ହାତ ତିଆରି ଚାନ୍ଦୁଆ ଏତେ ସୁନ୍ଦର ଯେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେସବୁକୁ ଭଲ ପାଆନ୍ତି। ରଥଯାତ୍ରା ବେଳେ, ତିନି ରଥକୁ ଆପଣ ମାନେ ହିଁ ସଜେଇ ଥାନ୍ତି। ଅଦ୍ଭୁତ ଆପଣଙ୍କ କଳା କୌଶଳ! ମୁଁ ଏଠାକାର ଶିଳ୍ପୀ ମାନଙ୍କୁ ପ୍ରଣାମ କରୁଛି। ଆପଣ ମାନଙ୍କୁ ବୃହତ୍ ବଜାର ଯୋଗାଇବା ସହିତ, ଆପଣଙ୍କ କଳା ନିପୁଣତାକୁ ସମ୍ମାନ ଜଣାଇବା ପାଇଁ ଆମେ ନିରନ୍ତର ଚେଷ୍ଟା କରିବୁ ବୋଲି ସେ କହିଥିଲେ। ଏଥି ସହିତ ଜିଲ୍ଲା ରେ ପର୍ୟ୍ୟଟନ ର ବିକାଶ ପାଇଁ ପିପିଲି ଟୋଲ୍ ପ୍ଲାଜା ନିକଟ ରେ ପରିବେଶ ପର୍ୟ୍ୟଟନ କ୍ଷେତ୍ର ର ବିକାଶ କରାଯିବ , ବେରଵୋଇ ଗାନ୍ଧୀ ସ୍ମୃତି ପୀଠ ର ବିକାଶ ହେବ,ପ୍ରସିଦ୍ଧ ବିଶ୍ଵନାଥ ମନ୍ଦିର ର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ୟଟନ କ୍ଷେତ୍ର ର ବିକାଶ କାର୍ୟ୍ୟ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି ସେ କହିଥିଲେ।ଜିଲ୍ଲା ର ଚାଷୀ ମାନଙ୍କ ଅସୁବିଧା କୁ ଦୃଷ୍ଟି ରେ ରଖିଆଗମୀ ଦିନ ରେ ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ଏକ ବୃହତ୍ ଶୀତଳ ଭଣ୍ଡାର ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଶରତ ଋତୁକୁ ଓଡ଼ିଶାରେ ପାର୍ବଣ ଋତୁ ବୋଲି  ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମୟରେ ଦୂର୍ଗାପୂଜା ଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ଚାନ୍ଦ ପୂଜା ସହିତ ମା ଗଜଲକ୍ଷ୍ମୀଙ୍କର ପୂଜା ମଧ୍ୟ କରାଯାଇଥାଏ।  ପ୍ରତ୍ୟେକ ପର୍ବ, ପ୍ରକୃତି ଓ ଐଶ୍ୱରୀୟ ଶକ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ମୁହୂର୍ତ୍ତ ବୋଲି ମତ ଦେଇ ଓଡ଼ିଶାରେ ବାର ମାସରେ ତେର ଯାତ ଅନୁଷ୍ଠିତ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ଗାପୂଜା ଠାରୁ କାଳୀ ପୂଜା ଓ ଦୀପାବଳି ପର୍ୟ୍ୟନ୍ତ ସମୟ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆନନ୍ଦମୟ ଓ ସ୍ଵର୍ଗୀୟ ବୋଲି ସେ ମତ ଦେଇଥିଲେ। 
କୁମାର ଉତ୍ସବ ଜରିଆରେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହର ଦୁର୍ଗା ୟୁଥ୍ କ୍ଳବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।ଏହି ଅବସରରେ  ସରକାରଙ୍କ ଜନକଲ୍ୟାଣ କାର୍ୟ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକଙ୍କ ସୁବିଧା ଅସୁବିଧା ପ୍ରତି ସମ୍ବେଦନଶୀଳ ହୋଇ କାମ କରୁଛି। ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ତେଣୁ ଖୁବ କମ୍‌ ସମୟ ମଧ୍ୟରେ ଆମର ନୂଆ ସରକାର ଲୋକଙ୍କ ସରକାର ଭାବେ ସୁନାମ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କ ସହିତ ରହି ସେମାନଙ୍କ ଭରସା ଜିତିବା ଗଣତନ୍ତ୍ରରେ ସବୁଠାରୁ ବଡ ଆବଶ୍ୟକତା ବୋଲି ସେ ମତ ଦେଇଥିଲେ। ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ବେଳେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦିଅନ୍ତି, କିଛି ସଂକଳ୍ପକୁ ଲୋକଙ୍କ ସମ୍ମୁଖରେ ରଖନ୍ତି। ଭାରତୀୟ ଜନତା ପାର୍ଟିର ବିଶେଷତ୍ଵ ହେଲା ଯେ  ଦଳ ପ୍ରତ୍ୟେକ ସଂକଳ୍ପକୁ ପରିପୂରଣ କରେ। ଆମେ ଶାସନକୁ ଆସିବାର ମାତ୍ର ଶହେ ଦିନ ଭିତରେ ଅନେକ ପ୍ରତିଶ୍ରୁତି ପୂରଣ କରିଛୁ। 
ସେ କହିଥିଲେ ଯେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ହେଉ, ଧାନର କ୍ରୟ ମୂଲ୍ୟ ବଢ଼ାଇବା ହେଉ, କିମ୍ବା ମା ମାନଙ୍କ ପାଇଁ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନା ହେଉ! । ମା ମାନଙ୍କୁ ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ଭାବୁଥିଲା ଓ ନିଜ ନ୍ୟସ୍ତ ସ୍ଵାର୍ଥ ପାଇଁ ବ୍ୟବହାର କରୁଥିଲା। ସୁଭଦ୍ରା ଯୋଜନା- ମା ମାନଙ୍କୁ ସମ୍ମାନିତ କରିବାର ଏକ  ପଦକ୍ଷେପ।  ସେହିଭଳି ଧାନର କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ହେବା ଚାଷୀ ମାନଙ୍କ ମୁହଁରେ ହସ ଫୁଟାଇବ ନିଶ୍ଚୟ।ଗାଁ ଗୁଡିକୁ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି ମତ ଦେଇ ସେ କହିଲେ ଯେ କେବଳ ଜାତୀୟ ରାଜପଥ ନୁହେଁ, ପ୍ରତ୍ୟେକ ଗାଁକୁ ସବୁଦିନିଆ ପକ୍କା ସଡ଼କ ନିର୍ମାଣ ଆମ ପ୍ରାଥମିକତା ଓ ଏହାକୁ ଆମେ ନିଶ୍ଚିତ ପୂରଣ କରିବୁ ।ଓଡିଶାରେ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନିକଟରେ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆମ ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷ ରେ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ।ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ହେଲେ କୁଶଳୀ ଯୁବକ ମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇବେ। ଆମେ ' ଉତ୍କର୍ଷ ଓଡ଼ିଶା ' ଜରିଆରେ ଅଧିକ ପୁଞ୍ଜି ନିବେଶ ପାଇଁ ଆନ୍ତରିକ ପ୍ରୟାସ ଆରମ୍ଭ କରିଛୁ। ଏଥି ସହିତ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ମଧ୍ୟ ମୁଁ ଆହ୍ଵାନ ଜଣାଉଛି। ଆପଣ ମାନେ ଏହି କୁମାର ଉତ୍ସବ ଆୟୋଜନ କଲା ଭଳି ସଫଳ ଉଦ୍ୟୋଗୀ ହୁଅନ୍ତୁ ଓ ଅର୍ଥନୈତିକ ବିକାଶରେ ସହଭାଗୀ ହୁଅନ୍ତୁ।  
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶ, ରାଜ୍ୟ, ସମାଜ ଓ ଅର୍ଥନୀତି ପରିବର୍ତ୍ତିତ ହୁଏ ସାମୁହିକ ପ୍ରୟାସରେ। ଆପଣ ମାନେ ସଚେତନ ଓ ବିଜ୍ଞ। ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ପଲ୍ଲୀଶ୍ରୀ ମେଳା ର ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13740
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13567
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15332
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13928
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13965
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14041
    Oct 17, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13995
    Oct 17, 2026
  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ
    ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13537
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14653
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13740
    Oct 17, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13965
    Oct 17, 2026
  • ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14653
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17190
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17885
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17831
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18254
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15036
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14654
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14759
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15761
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14434
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14525
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13984
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15104
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15812
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14041
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13928
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    14761
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In