ସିସିଟିଭିକୁ ଶାଢିରେ ଢାଙ୍କି ଶିକ୍ଷକଙ୍କ ଘରୁ ଲୁଟିନେଲେ ଦୁର୍ବୃତ୍ତ

ଉଦଳା : ମୟୁରଭଞ୍ଜ ଉଦଳାରେ ଲୁଟ୍ର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସିସିଟିଭିରେ ଶାଢି ଢାଙ୍କି ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଏନ୍ଏସି ୪ନମ୍ବର ୱାର୍ଡର ଜଣେ ଶିକ୍ଷକଙ୍କ ଘରୁ ଦୁର୍ବୃତ୍ତ ଏହି ଲୁଟ୍ କରିଛନ୍ତି । ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିଥିବା ନେଇ ଶିକ୍ଷକ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଘର ଭିତରେ ଦୁର୍ବୃତ୍ତ ସିସିଟିଭିରେ ଶାଢି ଢାଙ୍କିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor