୨୪୦୦୦ ନୃତ୍ୟ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଲେ ଚିରଞ୍ଜୀବୀ
ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ପରିଚିତ ଚିରଞ୍ଜୀବୀ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗିନିଜ ୱାଲର୍ଡ ରେକର୍ଡ ପ୍ରତିନିଧି ତଥା ଆମୀର ଖାନ୍ ଚିରଞ୍ଜୀବୀଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
୫୬ଟି ଚଳଚ୍ଚିତ୍ରରେ ୫୩୭ଟି ଗୀତରେ ୨୪୦୦୦ ନୃତ୍ୟ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା ମେଗାଷ୍ଟାର ଚିରଞ୍ଜୀବୀଙ୍କ ନାମ । ଏହି ଅବସରରେ ଚିରଞ୍ଜୀବୀ କହିଛନ୍ତି, ମୁଁ ଏହି ମୁହୂର୍ତ୍ତକୁ କେବେ ବି ଭୁଲିପାରିବି ନାହିଁ । ନୃତ୍ୟ ପାଇଁ ସମ୍ମାନିତ ହେବା ବହୁତ ଭଲ କଥା । ନୃତ୍ୟ ମୋତେ ଷ୍ଟାର କରିଥିଲା ।
ଆମୀର ଖାନ କହିଛନ୍ତି, ଆପଣଙ୍କ ଭଳି ମୁଁ ମଧ୍ୟ ଚିରଞ୍ଜୀବୀଙ୍କ ପ୍ରଶଂସକ। ସେ ମୋ ବଡ଼ ଭାଇ ଭଳି। ଆପଣ ତାଙ୍କୁ ଯେ କୌଣସି ଗୀତରେ ଦେଖନ୍ତି, ସେ ହୃଦୟରୁ ଅଭିନୟ କରନ୍ତି । ତୁମେ ସେମାନଙ୍କ ଠାରୁ ଆଖି ହଟାଇ ପାରିବ ନାହିଁ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଚିରଞ୍ଜୀବୀଙ୍କୁ ଏକ୍ସ ରେ ପୁରସ୍କାର ଗ୍ରହଣ କରିବାର ଭିଡିଓ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Powered by Froala Editor