‘ଥାଲାପତି ୬୯’ ପରେ ଅଭିନୟକୁ ଅଲବିଦା କହିଲେ ବିଜୟ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ ଦ୍ବାରା ଏକ ଭିଡିଓ ରିଲିଜ କରି ସେ ଏହା ଘୋଷଣା କରିଛନ୍ତି। ଏହି ଭିଡିଓରେ ଥାଲାପତିଙ୍କ ଫିଲ୍ମର ଝଲକ ଦେଖାଯାଇଛି।
ଯାହା ଦେଖିବା ପରେ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଛନ୍ତି। କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଯେତେବେଳେ ଥାଲାପତିଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ସୁପରହିଟ୍ ଏବଂ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେଉଛି ସେତେବେଳେ ସେ ହଠାତ୍ କାହିଁକି ଏହି ନିଷ୍ପତ୍ତି ନେଲେ?
ନିକଟରେ ଥାଲାପତି ବିଜୟ ତାଙ୍କର ଶେଷ ଫିଲ୍ମ ‘ଥାଲାପତି ୬୯’ ଘୋଷଣା କରିଛନ୍ତି। 'ଥାଲାପତି ୬୯' ଘୋଷଣା କରି ପ୍ରଡକ୍ସନ୍ ହାଉସ୍ କେଭିଏନ୍ ଦ୍ୱାରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟରେ ସେୟାର କରାଯାଇଛି, ଥାଲାପତି ବିଜୟ ସାର୍ଙ୍କ ପାଇଁ ଆମର ପ୍ରେମ, ଆମେ ସମସ୍ତେ ତୁମର ଚଳଚ୍ଚିତ୍ର ଦେଖିବା ଏବଂ ଏହା ଆଗକୁ ବଢ଼ିଛୁ। ପ୍ରତ୍ୟେକ ପଥରେ ଆପଣ ଆମ ଜୀବନର ଏକ ଅଂଶ ହୋଇଛନ୍ତି। ଆମର ୩୦ ବର୍ଷ ଧରି ମନୋରଞ୍ଜନ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।
‘ଥାଲାପତି ୬୯’ ରିଲିଜ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’ (ଜିଓଏଟି) ଗତ ସପ୍ତାହରେ ହଲ୍ରେ ମୁକ୍ତିଲାଭ କରିଥିଲା। ରିଲିଜ ହେବା ପରଠାରୁ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୭୭ କୋଟିରୁ ଅଧିକ ଆୟ କରିଛି।
Powered by Froala Editor