ହଷ୍ଟେଲରେ ରାଗିଂ: ୨୨ଜଣଙ୍କୁ ମାଡ଼ ଉପାର ମାଡ଼ ମାରିଛନ୍ତି ସିନିୟର

ନୂଆପଡ଼ା: ପୁଣି ଆସିଲା ରାଗିଂ ଅଭିଯୋଗ । ସିନିୟର କରିଛନ୍ତି ଜୁନିୟରଙ୍କୁ ରାଗିଂ । ମାଡ଼ ଉପାର ମାଡ଼ ମାରିଛନ୍ତି । ଏଭଳି ଘଟଣା ସାମନାକୁ ଆସିଛି ନୂଆପଡ଼ାରୁ । ହଷ୍ଟେଲରେ ସିନିୟରମାନେ ୨୨ଜଣ ଜୁନିୟରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଉ ଶେଷରେ ଜୁନୟରମାନେ ନ୍ୟାୟ ପାଇଁ ଧାରଣା ମଧ୍ୟ ଦେଇଛନ୍ତି । ତରବୋଡ଼ ନବଦ୍ୱୟ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ଅଭିଯୋଗ ହୋଇଛି । ଦ୍ୱାଦଶ ଶ୍ରେଣୀର ୭ଜଣ ଛାତ୍ର ଏହି କରିଛନ୍ତି । ସେମାନେ ଦଶମ ଶ୍ରେଣୀର ୨୨ଜଣ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ ୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଶମ ଶ୍ରେଣୀର ଛାତ୍ରମାନେ ଧାରଣା ଦେଇଛନ୍ତି ।
Powered by Froala Editor