ବିଜେପି ମୁଖ୍ୟାଳୟରେ ସୁଜିତ କୁମାର

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ପରେ ବିଜେପି ଅଫିସରେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପହଞ୍ଚିଛନ୍ତି । ଆଉ ଅଳ୍ପ ସମୟ ପରେ ସୁଜିତ କୁମାର ବିଜେପିରେ ଯୋଗଦେଇ ପାରନ୍ତି ବୋଲି କୁହାଯାଉଛି ।
ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ଧସୁଛି ବିଜେଡି ଗଡ଼ । ଜଣଙ୍କ ପରେ ଜଣେ ବିଜେଡି ରାଜ୍ୟସଭା ସାଂସଦ ଇସ୍ତଫା ଦେଉଛନ୍ତି । ଆଉ ଜଣେ ବିଜେଡି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି ସୁଜିତ କୁମାର ।୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଥାଆନ୍ତା । କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସୁଜିତ କୁମାର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ସୁଜିତ କୁମାର। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ବିତୀୟ ବିଜେଡି ରାଜ୍ୟସଭା ସାଂସଦ ଯିଏ ଦଳ ଛାଡ଼ିଛନ୍ତି। ଏହାପରେ ସୁଜିତ କୁମାର ବିଜେପିରେ ଯୋଗ ଦେଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି।ପୂର୍ବରୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା। ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।ଏହା ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ମମତା ପୁଣି ରାଜ୍ୟସଭା ଯାଇଛନ୍ତି ।
Powered by Froala Editor