ମା'କୁ ସାପ କାମୁଡ଼ିଲା, କୋଳ ଖୋଜୁଛନ୍ତି ଜାଆଁଳା ଶିଶୁ
ମାତ୍ର ୭ ଦିନ ତଳେ ଜନ୍ମ ଦେଇଥିଲେ ଜାଆଁଳା ଶିଶୁ । ଗୋଟିଏ ଶିଶୁ ପୁତ୍ର ଥିବାବେଳେ ଅନ୍ୟଟି କନ୍ୟା ସନ୍ତାନ ଥିଲା । ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବାବେଳେ ଶିଶୁ କନ୍ୟା ଅସୁସ୍ଥ ଥିଲା । ସେଥିପାଇଁ ମା’କୁ କଟକ ଶିଶୁ ଭବନରେ ରହିବାକୁ ପଡିଥିଲା ।
ମା’ ୪ ଦିନ ଧରି କଟକରେ ଥିବାବେଳେ ରବିବାର ଗ୍ରାମକୁ ଫେରିଥିଲା ମା’ । କିନ୍ତୁ ସେ ଜାଣିନଥିଲା ସେଦିନ ତାର ଦୁଇ ଶିଶୁଙ୍କୁ ଛାଡି ଆରପାରିକୁ ଚାଲିଯିବ । ରାତିରେ ପାଇଖାନା ଯିବା ସମୟରେ ଏକ ସାପ କାମୁଡି ଦେଇଥିଲା । ତୁରନ୍ତ ତାଙ୍କୁ ପରିବାର ଲୋକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ତଥାପି ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେନି । ମୃତକ ଯାଜପୁର ଜିଲ୍ଲା ଟମକା ଥାନା ବାଙ୍ଗରକଟା ଗ୍ରାମର ସୁକାନ୍ତ ରାଉତଙ୍କ ପତ୍ନୀ ଇନ୍ଦୁମତୀ ।
ଯାଜପୁର ଜିଲ୍ଲା ଟମକା ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ôଚ ଶବ ବ୍ୟବଚ୍ଛେଦ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଶିଶୁ ଦୁଇ ମା’ ଛେଉଣ୍ଡ ହୋଇପଡିଛନ୍ତି । ପରିବାର ଲୋକ ଦୁଇ ଶିଶୁଙ୍କ ଧରି ଭାଙ୍ଗି ପଡିଛନ୍ତି ।
Powered by Froala Editor