ଦମ୍ପତିଙ୍କୁ କଚାଡି ମାରିଲା ହାତୀ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଳି ଗାଁରେ ହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ ।ମୃତ ଦମ୍ପତି ହେଲେ ନଲାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା ।
ଗତ ରାତିରେ ନିଜ କ୍ଷେତରେ ନଲାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା ଓ ସେମାନଙ୍କ ପୁଅବୋହୂ ବି ରହିଥିଲେ। ଭୋରୁ ଭୋରୁ କିଛି ଶବ୍ଦ ହେଉଥିବା ଶୁଣି ଯୋଶବନ୍ତି ବାହାରକୁ ଯାଇଥିଲେ। ଫଳରେ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା ଓ ହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା।ପତ୍ନୀଙ୍କ ଚିତ୍କାର ଶୁଣି ନଲାମ୍ବର ସଙ୍ଗେସଙ୍ଗେ ବାହାରକୁ ଯିବାରୁ ହାତୀ ତାଙ୍କୁ ବି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ପତିପତ୍ନୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଗାଁରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି।
Powered by Froala Editor