ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ
ଭୁବନେଶ୍ୱର:ଆଜି ସକାଳେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅତିରିକ୍ତ ଯୋଗାଣ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର,ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି।ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା। ପରେ ଘଟଣା ତଦନ୍ତ କରାଯାଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହି ଚଢ଼ାଉରେ ୪ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ,୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି।
Powered by Froala Editor