ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରି

ଦିଗପହଣ୍ଡି : ଦିଗପହଣ୍ଡି ପାଟକୁରା ନିକଟ ବୃନ୍ଦାବନପୁର ଜଙ୍ଗଲରୁ ଆଜି କିଛି ମଣିଷଙ୍କ ଖପୁରି ଜବତ ହୋଇଛି । ସକାଳେ ଗାଁର କିଛି ଲୋକ ଜଙ୍ଗଲ ଭିତରେ ମଣିଷ ଖପୁରି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଖପୁରି ଓ ହାଡ ଜବତ କରିଛି । ହେଲେ ଏହି ଖପୁରି କେଉଁଠୁ ଆସିଲା ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor