ଐଶ୍ଙ୍କୁ ଛାଡ଼ପତ୍ର ଦେବେକି ଅଭିଷେକ, ଇନଷ୍ଟା ପୋଷ୍ଟରେ ଲାଇକ୍ ପରେ ବଢିଲା ଚର୍ଚ୍ଚା
ବଲିଉଡ୍ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। ପୁଣି ଛାଡପତ୍ର ବିଷୟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ଲଇକ୍ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଭିଷେକ।
ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦୁହେଁ ଅଲଗା ଅଲଗା ଆସିଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ସମୟରେ ଅଭିଷେକ ବଚ୍ଚନ ଛାଡ଼ପତ୍ର ବିଷୟରେ ଲେଖାଥିବା ଗୋଟିଏ ପୋଷ୍ଟକୁ ଲାଇକ୍ କରି ଚର୍ଚ୍ଚା ଲାଗି ଖୋରାକ ଯୋଗାଇଛନ୍ତି।
ଏହି ପୋଷ୍ଟରେ ଲେଖାହୋଇଛି, "ଯେତେବେଳେ ପ୍ରେମ ଆଉ ସହଜ ହୁଏ ନାହିଁ"। କ୍ୟାପସନରେ ଲେଖାଥିଲା, "ଛାଡପତ୍ର କାହା ପାଇଁ ସହଜ ନୁହେଁ। କିଏ ଖୁସିରେ ରହିବାକୁ ସ୍ୱପ୍ନ ଦେଖେନାହିଁ। କିମ୍ବା ରାସ୍ତାପାର ହେଉଥିବା ବେଳେ ପରସ୍ପରର ହାତ ଧରିଥିବା ବୃଦ୍ଧ ଦମ୍ପତିଙ୍କ ହୃଦୟସ୍ପର୍ଶୀ ଭିଡିଓ ପୁନଃ କରିବାକୁ କଳ୍ପନା କରେ ନାହିଁ ତଥାପି, ବେଳେବେଳେ ଜୀବନ ଯାହା ଆଶା କରେ ତାହା ହୁଏ ନାହିଁ । ଯେତେବେଳେ ଲୋକମାନେ ବର୍ଷ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହୋଇଯାଆନ୍ତି, ସେମାନେ କିପରି ମୁକାବିଲା କରିବେ?” ତା’ପରେ ଜଣେ ୟୁଜର୍ ଅଭିଷେକଙ୍କ ଲାଇକ୍ ଏକ ସ୍କ୍ରିନସଟ ନେଇ ଏହାକୁ ରେଡ୍ଡିଟରେ ସେୟାର କରିଛନ୍ତି।
Powered by Froala Editor