୪ ବଳାତ୍କାରୀଙ୍କୁ ୨୦ ବର୍ଷ ସଜା
ନାବାଳିକାକୁ ଗଣବଳାତ୍କାର ମାମଲାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଜା ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ଟାଟା ମାଇନ୍ସ କଲୋନୀର ସତ୍ୟବ୍ରତ ବେହେରା(୨୪), ରବି ନାୟକ(୨୪), ସନ୍ତୋଷ ପୃଷ୍ଟି(୨୩) ଓ ଉମେଶ ମହାନ୍ତ(୪୮) ।
ଘଟଣା ୨୦୨୧ ମାର୍ଚ୍ଚ ୭ ରାତିର । କଳିଙ୍ଗନଗର ଥାନାଞ୍ଚଳରେ ଜଣେ କଲେଜ ଛାତ୍ରୀ ପୁରୁଷ ବନ୍ଧୁଙ୍କ ସହ ବ୍ରାହ୍ମଣୀପାଳ ବୁଲିବାକୁ ଯାଇଥିଲେ । ସେଠାରେ କିଛି ସମୟ ଅତିବାହିତ କରିବା ପରେ ବସ୍ ଯୋଗେ ପ୍ରଥମେ ଡୁବୁରୀ ଓ ପରେ ଆଉ ଏକ ବସ୍ରେ କଲରଙ୍ଗୀରେ ପହଞ୍ôଚ ଚାଲି ଚାଲି ଟାଟା ମାର୍କେଟକୁ ଯାଇଥିଲେ । ରାତି ପ୍ରାୟ ୮ଟାରେ ସେମାନେ ଏକ ହୋଟେଲରେ ଖାଇସାରି କଲରଙ୍ଗୀରେ ଥିବା ନାବାଳିକାର ଏକ ବାନ୍ଧବୀ ଘରକୁ ଯାଉଥିଲେ ।
ସେହି ସମୟରେ ଟାଟା ମାଇନ୍ସ କଲୋନୀର ସତ୍ୟବ୍ରତ, ରବି, ସନ୍ତୋଷ ଓ ଉମେଶ ନିଛାଟିଆ ସ୍ଥାନରେ ଉଭୟଙ୍କୁ ଅଟକାଇଥିଲେ । ସେମାନଙ୍କ ଭିତରୁ ଦୁଇଜଣ ପୁରୁଷ ବନ୍ଧୁଙ୍କୁ କାବୁ କରି ନେବା ପରେ ଅନ୍ୟ ଦୁଇଜଣ ନାବାଳିକାକୁ ଜଙ୍ଗଲ ଭିତରକୁ ଟେକି ନେଇ ବଳାତ୍କାର କରିଥିଲେ । ପରେ ପୁରୁଷ ବନ୍ଧୁକୁ କାବୁ କରିଥିବା ବାକି ଦୁଇ ଜଣ ନାବାଳିକାକୁ ବଳାତ୍କାର କରିବା ପରେ ତାକୁ ଘରକୁ ନେବା ପାଇଁ ଯୋଜନା କରିଥିଲେ । ଏହି ସମୟରେ ନାବାଳିକା କୌଶଳକ୍ରମେ ଖସି ଯାଇ କଲରଙ୍ଗୀ ଗାଁ ଛକରେ ଥିବା ଏକ ଘର ଭିତରେ ପଶି ଯାଇଥିଲା ।
ନାବାଳିକାର ଅବସ୍ଥା ଦେଖି ସେହି ପରିବାର ଲୋକେ କାଳିଆପାଣି ଥାନାକୁ ଖବର ଦେଇଥିଲେ । ପୁଲିସ ନାବାଳିକା ଓ ତା’ର ପୁରୁଷ ବନ୍ଧୁକୁ ଉଦ୍ଧାର କରି ମାମଲା ରୁଜୁ କରିଥିଲା । ଶନିବାର ଏହି ମାମଲାର ଶୁଣାଣି ହୋଇଛଇ । ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ ପଲେଇ ୪ଜଣ ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟରେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
Powered by Froala Editor