ବାଂଲାଦେଶରେ ବଢୁଛି ହିଂସା, ଗଲାଣି ୧୦୫ ଜୀବନ
ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ବିରୋଧ ଦିନକୁ ଦିନ ହିଂସାତ୍ମକ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା କର୍ଫ୍ୟୁ ଲାଗୁ କରିବା ସହ ସମଗ୍ର ଦେଶରେ ସେନା ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଶେଖ ହାସିନାଙ୍କ ପ୍ରେସ ସେକ୍ରେଟାରୀ ନଇମୁଲ ଇସଲାମ ଖାନ ଶୁକ୍ରବାର କହିଛନ୍ତି ଯେ ଖୁବ ଶୀଘ୍ର କର୍ଫ୍ୟୁ ସମ୍ପର୍କରେ ଏକ ସରକାରୀ ଘୋଷଣା କରାଯିବ। ଅନ୍ୟପକ୍ଷରେ ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ, ଶୁକ୍ରବାର ଛାତ୍ରଙ୍କ ନେତୃତ୍ୱ ହେଉଥିବା ପ୍ରଦର୍ଶନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।
Powered by Froala Editor