୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍ଆଇ
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧୀନ ଗାଙ୍ଗପୁରରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ ୭ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ଛନ୍ତି। ରାଜସ୍ବ ନିରୀକ୍ଷକ ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା।
ସୂଚନା ମୁତାବକ ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ବିକ୍ରି ପାଇଁ ଆବଶ୍ୟକୀୟ ଦସ୍ତାବିଜ କରାଇଦେବା ନେଇ ଆରଆଇ ପ୍ରଦୀପ କୁମାର ଗୌଡ଼ ୭ ହଜାର ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତେବେ ଆରଆଇ ପ୍ରଦୀପ କୁମାର ଗୌଡ଼ ଲାଞ୍ଚ ନେବା ସୟମରେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥି ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଆରଆଇ ପ୍ରଦୀପ କୁମାର ଗୌଡ଼ଙ୍କର ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢଉ କରିଛି।
Powered by Froala Editor