ଜାହାଜରୁ ସମୁଦ୍ରକୁ ଡେଇଁପଡ଼ିଲେ ଅଫିସର

ଭାରତୀୟ ଜାହାଜ ‘ଜଲ ଭୈରବ’ରୁ ଜଣେ କର୍ମଚାରୀ ଗଭୀର ସମୁଦ୍ରକୁ ଡେଇଁ ନିଖୋଜ ଅଛନ୍ତି । ୧୬ତାରିଖ ରାତିରେ ଜାହାଜରେ ସେକେଣ୍ଡ୍ ଅଫିସର ଭାବେ କାର୍ଯ୍ୟରତ ପଞ୍ଜାବ ଅମୃତସରର ଜର୍ହତ୍ ସିଂ ହଠାତ୍ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ୧୬ତାରିଖ ରାତିରେ ଏ ଘଟଣା ଘଟିଥିବାବେଳେ ୧୭ତାରିଖରେ ଧାମରା ମେରାଇନ ଥାନାରେ ଏତଲା ଦେଇଛନ୍ତି ଜାହାଜ କର୍ତ୍ତୃପକ୍ଷ ଓ ଅନ୍ୟ କର୍ମଚାରୀ । ଧାମରା ମେରାଇନ୍ ଥାନା ପକ୍ଷରୁ ସୂଚନା ଦିଆଯିବା ପରେ ନୌବାହିନୀ ପକ୍ଷରୁ ଜାହାଜର ଏହି କର୍ମଚାରୀଙ୍କୁ ଖୋଜାଖୋଜି କରାଯାଉଛି ।
ସୂଚନା ଅନୁଯାୟୀ ଏମ୍ଭି ଜଳଭୈବଭ ଜାହାଜଟି ଗତ ୧୩ତାରିଖରୁ ଆସି ବନ୍ଦରର ଶୂନ୍ ପଏଣ୍ଟ ପାଖରେ ରହିଥିଲା । ଜାହାଜଟି ଧାମରା ବନ୍ଦରକୁ ଆସି ୧୬ତାରିଖ ଦିନ ଥର୍ମାଲ କୋଇଲା ଲୋଡ୍ କରି ନେବାର ଚୁକ୍ତିବଦ୍ଧ ହୋଇଥିଲା । ମାତ୍ର ବିଳମ୍ବିତ ରାତିରେ ଏହି କର୍ମଚାରୀ ଜଣକ ଏପରି କାଣ୍ଡ ଭିଆଇଥିଲେ । ଜର୍ହତ୍ ଏପରି କରିବା ପଛରେ କ’ଣ କାରଣ ରହିଛି ତାହା ଜଣାପଡିନାହିଁ । ସୋମବାର ମଧ୍ୟ ଧାମରା ସାମୁଦ୍ରିକ ଥାନାର ଏକ ସ୍ପିଡ୍ ବୋଟ୍ ଶୂନ ପଏଣ୍ଟକୁ ଯାଇ ବହୁତ ଖୋଜାଖୋଜି କରିଥିଲା । ହେଲେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ପାଇ ନଥିଲେ ।
Powered by Froala Editor