କାଠ କାମ ବାହାନାରେ ନେଇଗଲେ ୭ ଲକ୍ଷ

ଜୟପୁରରେ କବାଟ ମରାମତି ବାହାନାରେ ଜଣେ କାଠ ମିସ୍ତ୍ରୀ ନଗଦ ୭ ଲକ୍ଷ ଟଙ୍କା ଏବଂ ୨ଟି ସୁନାମୁଦି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ର ଶିକାର ହୋଇଛନ୍ତି ସହରର ବାବୁ ସୁନାରୀ କଲୋନିର ଏସ୍ ଭାସ୍କର ରାଓ(୪୮) । ଏ ସମ୍ପର୍କରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ଶ୍ରୀ ରାଓ ଘରେ ନଥିଲେ । ଖରାବେଳେ ଜଣେ କାଠମିସ୍ତ୍ରୀ ଶ୍ରୀ ରାଓଙ୍କ ଘରକୁ ଆସି ଶୋଇବା ଘର କବାଟ ଖରାପ ଅଛି, ମରାମତି ଲାଗି ବାବୁ ପଠାଇଥିବା କହିଥିଲେ । ଘରର ଅଧିକାଂଶ କାଠକାମ କରିଥିବାରୁ ବଢେଇଙ୍କ ସହ ପୂର୍ବରୁ ପରିଚୟ ଥିଲା । ତେଣୁ କବାଟ ମରାମତି କଥାକୁ ସହଜରେ ବିଶ୍ୱାସ କରିଥିଲେ ଶ୍ରୀ ରାଓଙ୍କ ସ୍ତ୍ରୀ । ମରାମତି ଲାଗି ଅନୁମତି ଦେଇ ନିଜ କାମରେ ବ୍ୟସ୍ତ ରହିଥିଲେ । ମିସ୍ତ୍ରୀ ଜଣଙ୍କ ଘରେ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲେ । କିଛି ସମୟ ପରେ କାମ ସରିଗଲା କହି ବାହାରିଥିଲେ । କିଛି ନକହି ମିସ୍ତ୍ରୀ ପଳାଇବାରୁ ସନ୍ଦେହ କରିଥିଲେ ସ୍ତ୍ରୀ । ଆଲମାରିରେ ଥିବା ନଗଦ ୭ ଲକ୍ଷ ଟଙ୍କା ଏବଂ ୨ଟି ସୁନାମୁଦି ମିଳି ନ ଥିଲା । ଲୁଟ୍ର ଶିକାର ହୋଇଥିବା ଜଣାପଡ଼ିବା ପରେ ଶ୍ରୀ ରାଓ ଲିଖିତ ଅଭିଯୋଗ କରିଥିଲେ ।
Powered by Froala Editor