ଜାହିରଙ୍କ ରାଣୀ ସାଜିବେ ସୋନାକ୍ଷୀ, ଖୁବଶୀଘ୍ର ପଡ଼ିବ ହାତଗଣ୍ଠି

ଲଙ୍ଗ- ଟାଇମ୍ ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ ବିବାହ କରିବେ ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲୀ ସୋନାକ୍ଷୀ ସିହ୍ନା । ଚଳିତ ମାସ ପଡ଼ିବ ଉଭୟଙ୍କ ହାତ ଗଣ୍ଠି। ଏହି ଖବର ବି- ଟାଉନ୍ରେ ଏବେ ହଟ ଗସିପ ପାଲଟିଥିବା ବେଳେ ଉଭୟ ଏନେଇ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଦେଇ ନାହାନ୍ତି।
ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଛନ୍ତି ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ପ୍ରେମିକ ଜାହିର ଇକବାଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।
ବଲିଉଡର ଏହି ହାଇ ପ୍ରୋଫଇଲ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ମେନ୍ୟୁ ଓ ଭେନ୍ୟୁ ଫାଇନାଲ୍ ହୋଇ ସାରିଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ବିବାହ କାର୍ଡ ଏକ ମାଗାଜିନ କଭର ପରି ଡିଜାଇନ ହୋଇଛି ଓ ଏହାର ଉପରେ ଲେଖାଯାଇଛି ‘ଗୁଜବ ସତ ଅଟେ’ ।
ଇଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଜୁନ୍ ୨୩ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖି ଆସିଛନ୍ତି। କିଛି କହିନଥିଲେ ବି ସୋସିଆଲ ମିଡିଆ ପୋଷ୍ଟଗୁଡିକ ସେମାନଙ୍କ ପ୍ରେମ କାହାଣୀ ସମସ୍ତଙ୍କ ସାମ୍ନାକୁ ଆଣିଥିଲା।
Powered by Froala Editor