ରେବ୍ ପାର୍ଟି ମାମଲାରେ ତେଲୁଗୁ ଅଭିନେତ୍ରୀଙ୍କୁ ନୋଟିସ୍
କିଛି ଦିନ ତଳେ କର୍ଣ୍ଣାଟକ ପୁଲିସ ଏକ ରେବ୍ ପାର୍ଟି ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫଶ କରିଥିଲା। ଏହି ମାମଲାରେ ଜଣେ ଅଭିନେତ୍ରୀ ଫଶିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପୁଲିସ ଜଣେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ଏହି ରେବ୍ ପାର୍ଟି ମାମଲାରେ ନୋଟିସ୍ ଜାରି କରିଛି। ଏହି ପାର୍ଟିରେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ସାମିଲ ହୋଇଥିବା ୧୦୦ଜଣ ଲୋକ ଗଞ୍ଜେଇ, ଚରସ ଓ କୋକେନ୍ ଭଳି ଅନ୍ୟାନ୍ୟ ନିଶା ଜାତ ପଦାର୍ଥ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ରକ୍ତ ନମୂନା ନିଶା ଦ୍ରବ୍ୟ ମିଳିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମେ' ୨୦ ତାରିଖରେ ସିସିବିର ଆଣ୍ଟି-ନାର୍କୋଟିକ୍ସ ୱିଙ୍ଗ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ସ ସିଟି ନିକଟ ଜିଏମ୍ ଫାର୍ମହାଉସରେ ଚାଲିଥିବା 'ସନ୍ସେଟ୍ ଟୁ ସନ୍ରାଇଜ ଭିକ୍ଟ୍ରି' ନାମକ ରେବ୍ ପାର୍ଟି ଉପରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଅନେକ ନିଶାଜାତ ଦ୍ରବ୍ୟ ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ଏବେ ତେଲୁଗୁ ଅଭିନେତ୍ରୀ ହିମାଙ୍କ ସମେତ ୮ ଜଣଙ୍କୁ ନୋଟିସ୍ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ରେବ୍ ପାର୍ଟିରେ ଯୋଗ ଦେଇଥିବା ପ୍ରାୟ ୯୮ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲା। ତେବେ ପରୀକ୍ଷା ପରେ ୮୬ ଜଣ ରକ୍ତରୁ ଡ୍ରଗ୍ସର ଉପସ୍ଥିତି ମିଳିଛି।
Powered by Froala Editor