ପୁତ୍ର ସନ୍ତାନର ମା’ ହେଲେ ୟାମୀ, ନାଁ ରଖିଲେ 'ବେଦାଭିଦ୍'
ମା' ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ଘରକୁ ଆସିଲେ ନୂଆ ଅତିଥି। ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଧର ସୋଶାଲ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ସେୟାର କରିଛନ୍ତି। ଏଥିସହ ସେ ନିଜ ପୁଅର ନାମକୁ ମଧ୍ୟ ଖୁଲାସା କରିଛନ୍ତି । ୟାମୀ ଓ ଆଦିତ୍ୟ ନିଜ ପୁଅର ନାଁ 'ବେଦାଭିଦ୍' ରଖିଛନ୍ତି। ଏହା ଏକ ସଂସ୍କୃତ ନାମ। ବେଦ ଓ ଭିଦ୍କୁ ମିଶାଇ ପୁଅର ନାଁ ରଖିଛନ୍ତି । ଏହି ନାମର ଅର୍ଥ ହେଉଛି ଯିଏ ବେଦକୁ ଭଲଭାବେ ଜାଣିଥିବ । ଏହା ଭଗବାନ ବିଷ୍ଣୁଙ୍କ ମଧ୍ୟ ଗୋଟିଏ ନାଁ। ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନା ମୁତାବକ, ୟାମୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁଅକୁ ଜନ୍ମ ଦେଇଛନ୍ତି। ଅର୍ଥାତ୍ ମେ' ୧୦ ତାଙ୍କ ପୁଅ ଜନ୍ମ ହୋଇଛି। ୟାମୀ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ କରି ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଆମର ଅକ୍ଷୟ ତୃତୀୟା ଦିନ ଏକ ପୁଅ ହୋଇଛି । ଯାହାର ନାମ ବେଦାବିଦ ଏବଂ ଆପଣ ସମସ୍ତେ ନିଜ ଭଲପାଇବା ଦିଅନ୍ତୁ । ଏଥିସହ ସେ ହସ୍ପିଟାଲ ଷ୍ଟାଫଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଆୟୁଷ୍ମାନ ଖୁରାନା, ମୃଣାଳ ଠାକୁର ଏବଂ ନେହା ଘୁପିୟା ସମେତ ଅନେକ ବଲିଉଡ ଷ୍ଟାର ୟାମୀ ଏବଂ ଆଦିତ୍ୟଙ୍କ ଶିଶୁ ପାଇଁ ଶୁଭକାମନା କରିଛନ୍ତି ।
୨୦୨୧ ଜୁନ୍ ୪ ତାରିଖରେ ୟାମୀ ଗୌତମ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ ଉଭୟ ବାପା-ମା' ହୋଇଛନ୍ତି। ୟାମୀଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଆର୍ଟିକେଲ ୩୭୦' ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଥିଲା।
Powered by Froala Editor