ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ
ଭୁବନେଶ୍ୱର : ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସୁସ୍ଥ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଆସୁଛି । ଏନେଇ ଏମସର ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ୩ରୁ ୪ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବା ସମ୍ପର୍କରେ ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରଦୀପ୍ତ ଚଲାବୁଲା କଲେଣି । ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେଲେଣି । ସେ ୧୫ ଦିନ ହେବ କୋଭିଡରୁ ମୁକ୍ତ ହୋଇଛନ୍ତି । ଏବେ ଯେମିତି ଅଛନ୍ତି ସ୍ଥିର ରହିଲେ ୪ ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଏମସର ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
Powered by Froala Editor