ପିଙ୍କ୍ ଗାଉନରେ ସମସ୍ତଙ୍କ ହୋସ୍ ଉଡ଼ାଇଲେ ଉର୍ବଶୀ, ‘ବାର୍ବି ଡଲ୍’ ସହ କଲେ ତୁଳନା
୭୭ତମ କାନ୍ ଚଳଚ୍ଚିତ୍ର ମହୋତ୍ସବରେ ଉର୍ବଶୀ ରୌତେଲାଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଲାପି ରଙ୍ଗର ଗାଉନ୍ରେ ସେ ରେଡ୍ କାର୍ପେଟରେ ଓହ୍ଲାଇଥିଲେ । ଡ୍ରେସ୍ ସହିତ ସେ ହୀରା ଖଚିତ ମ୍ୟାଚିଙ୍ଗ୍ ହେଡ୍ବ୍ୟାଣ୍ଡ୍ ପିନ୍ଧିଥିଲେ । ହାତରେ ମ୍ୟାଚିଂ ଗ୍ଲୋବ୍ସ ସାଙ୍ଗକୁ ହୀରା ବ୍ରେସ୍ଲେଟ୍ ବି ପିନ୍ଧିଥିଲେ ।
ତେବେ ସେ ଏହି ଡ୍ରେସ୍ରେ ବାର୍ବୀ ଠାରୁ କମ୍ ଲାଗୁ ନାହାନ୍ତି । ଏହା ସହ ଉର୍ବଶୀଙ୍କ ମେକ୍ଅପ୍ ତାଙ୍କ ଲୁକ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥିଲେ । ତେବେ ଉର୍ବଶୀଙ୍କୁ ଏହି ଲୁକ ଦେଖିବା ପରେ କିଛି ଲୋକ ଦୀପିକା ପାଦୁକୋନଙ୍କୁ ମନେ ପକାଇଛନ୍ତି । ବାସ୍ତବରେ ଦୀପିକା ପାଦୁକୋନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୧୮ରେ ଠିକ୍ ଏହି ଡ୍ରେସ୍ ଭଳି ପିଙ୍କ କଲରର ଗାଉନ୍ ପିନ୍ଧିଥିଲେ । ତେବେ ଏଥର ଦୀପିକା ପାଦୁକୋନ୍ କାନ୍ସକୁ ଆସୁନାହାଁନ୍ତି । ଦୀପିକା ନ ଆସିବାର କାରଣ ସେ ଏବେ ଗର୍ଭଧାରଣ ସମୟକୁ ଏଞ୍ଜଏ୍ କରୁଛନ୍ତି ।
୭୫ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍ ରେ ପ୍ରଥମ ପଦାର୍ପଣ କରିଥିଲେ ଉର୍ବଶୀ । ୨୦୨୨ ମସିହା କାନ୍ରେ ତାଙ୍କର ଅଲଗା ଅଲଗା ଲୁକ୍ ଓ ଅନ୍ଦାଜ୍ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
Powered by Froala Editor