ମୋବାଇଲ ନ ଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା
ସୋର : ବାପା ମୋବାଇଲ ନାବାଳକ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ଗ୍ରାମର ସୁଶାନ୍ତ କୁମାର ହୋତାଙ୍କ ପୁଅ ଦିବ୍ୟରଞ୍ଜନ (୧୫) । ଦଶମ ଶ୍ରେଣୀରେ ପଢ଼ୁଥିବା ଦିବ୍ୟରଞ୍ଜନ ନିଜ ପାଇଁ ଏକ ମୋବାଇଲ କିଣି ଦେବାକୁ ବାପାଙ୍କ ପାଖରେ ଜିଦ କରିଥିଲେ । ହେଲେ ବାପା ସୁଶାନ୍ତ ଏଥିରେ ରାଜି ନ ହୋଇ ପାଠପଢ଼ା ଉପରେ ଧ୍ୟାନ ଦେବା ପାଇଁ ପୁଅକୁ ପରାମର୍ଶ ଦେଇଥିଲେ । ଏହି ରାଗରେ ସକାଳେ ଦିବ୍ୟରଞ୍ଜନ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ପରିବାର ଲୋକେ ଦିବ୍ୟରଞ୍ଜନଙ୍କୁ ଉଦ୍ଧାର କରି ସ୍ଥାନୀୟ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor