ବ୍ରହ୍ମପୁର ଲୋକସଭା ଆସନ: ଆସନ୍ତାକାଲି ଏହି ତିନି ନେତାଙ୍କ ମଧ୍ୟରେ ହେବ ତ୍ରିକୋଣୀୟ ଲଢେଇ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ମତଦାନ ହେବ ।
ଗତ ୨୦୧୯ ନିର୍ବାଚନରେ ଥିବା ବ୍ରହ୍ମପୁରର ଲୋକସଭା ଆସନ ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ଦଖଲରେ ଥିଲା । ଏଥର ଏଠାରେ ବର୍ତ୍ତମାନର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ବିଜେପି ଛାଡି ଶଙ୍ଖ ଧରିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ଟିକଟ ଦେଇଛି । ଅନ୍ୟପଟେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତମ ଥିବା ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ସାମିଲ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରାର୍ଥୀ କରିଛି । କଂଗ୍ରେସ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ପ୍ରତିଦ୍ବନ୍ଦ୍ବିତାରେ ଏକାଧିକ ପ୍ରାର୍ଥୀ ଥିବାବେଳେ ଭୃଗୁ-ପ୍ରଦୀପ ଓ ରଶ୍ମୀଙ୍କ ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ଯାଉଛି ବ୍ରହ୍ମପୁର । ମାତ୍ର ପ୍ରଥମ ଧାଡିର ପ୍ରତିଦ୍ବନ୍ଦ୍ବୀ ଭାବେ ଭୃଗୁ-ପ୍ରଦୀପ ରହିଛନ୍ତି ।
Powered by Froala Editor