ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ, ୧୦ ଲକ୍ଷରେ ଡିଲ୍
ମେ’ ୫ରେ ନିଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଏଥିମଧ୍ୟରେ ଭଦ୍ରକରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ନିଟ୍ ପରୀକ୍ଷାରେ ଜାଲିଆତି କରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା।
ସୂଚନା ଅନୁଯାୟୀ ଭଦ୍ରକ ସହରର ଗ୍ରାମାଞ୍ଚଳ ଥାନା ଗେଲପୁର ସ୍ଥିତ ସେଣ୍ଟରରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୁଲିସ। ମେ ମାସ ୫ ତାରିଖରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା। ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା। ଆଧାରକାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା। ଏନେଇ ସେଣ୍ଟର ସୁପରିନଡେଣ୍ଟ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପରେ ପୁଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ମୟୂରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ ନିଟ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ, ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜଙ୍କୁ ଯୋଗାଯୋଗ କରିଥିଲେ। ଅଙ୍କିତ ରାଜ ଶାଶ୍ୱତଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ।
ଯାଞ୍ଚ ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ନକଲି ପରୀକ୍ଷାର୍ଥୀ ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି। ଅନ୍ୟପଟେ ଟଙ୍କା ଦେଇଥିବା ଛାତ୍ର ଓ ଆଉ ଦୁଇ ମଧ୍ୟସ୍ଥି ଫେରାର ଥିବା ଜଣାପଡ଼ିଛି ।
Powered by Froala Editor