ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ସତର୍କ କରାଇଲେ ଗୃହ ସଚିବ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ତେବେ ଦ୍ୱିତୀୟ ଲହର ସାମାନ୍ୟ ଟିକେ କମିଯିବା ପରେ ଅଧିକାଂଶ ରାଜ୍ୟରେ ଅନଲକ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସତର୍କ କରାଇଛନ୍ତି । ଏନେଇ ସେ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ।
ସେ କହିଛନ୍ତି ଯେ, ସଂକ୍ରମଣ ସାମାନ୍ୟ କମିଯିବା ପରେ କିଛି ରାଜ୍ୟ କଟକଣା କୋହଳ କରୁଛନ୍ତି । ତେବେ କଟକଣା କୋହଳ ବେଳେ ଆଦୌ ବେପରୁଆ ନହେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସତର୍କ କରାଇଛନ୍ତି । ଏଥିସହ କୋଭିଡରେ ଲଗାମ ପାଇଁ ପଞ୍ଚସୂତ୍ରୀ ଫର୍ମୁଲାକୁ କଡ଼ାକଡ଼ି ପାଳନ କରିବାକୁ ସେ କହିଛନ୍ତି । କୋଭିଡ ନିୟମ ମାନିବା, ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକାକରଣ ପାଇଁ ସେ ପରାମର୍ଶ ଦେଇଛନ୍ତି । ଯେଉଁଠି ସଂକ୍ରମଣ ନଜରକୁ ଆସୁଛି, ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାଇକ୍ରୋ କଣ୍ଟେନମେଣ୍ଟ କରି ସେଠାରେ ସଂକ୍ରମଣ ଚେନ ଭାଙ୍ଗିବାକୁ କହିଛନ୍ତି । ଟିକକରଣକୁ ବି ଜୋରଦାର କରିବାକୁ ଗୃହ ସଚିବ ପରାମର୍ଶ ଦେଇଛନ୍ତି ।
Powered by Froala Editor