ପ୍ରାର୍ଥୀ ବଦଳାଇଲା କଂଗ୍ରେସ, କେଉଁଠି ଜାଣନ୍ତୁ
ଭୁବନେଶ୍ୱର: ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଛି ଦଳ।
ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଇ-ମେଲ ମାଧ୍ୟମରେ ସେ ଏନେଇ ଏଆଇସିସିକୁ ଅବଗତ କରାଇଥିଲେ। ସେହିପରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ପୁରୀ ଲୋକସଭା ଆସନ ଅନ୍ତର୍ଗତ କିଛି ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀଙ୍କୁ ଛିଡ଼ା କରିଛି। ସେମାନଙ୍କୁ ବଦଳାଇବା ପାଇଁ ସେ କହିଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ ପୁରୀ ଲୋକସଭା ପ୍ରାର୍ଥୀଙ୍କୁ ବଦଳାଇବାକୁ ଏଆଇସିସିକୁ ଚିଠି କରାଯାଇଥିଲା। ସେ ସଂପର୍କରେ ସୁଚରିତା ମହାନ୍ତି ଜାଣି ପାରିଥିଲେ। ତେଣୁ ସେ ଆଗୁଆ ଟିକେଟ ଫେରାଇ ଦେଲେ। ପାଣ୍ଠିର ସମସ୍ୟା ଆଦୌ ନଥିଲା।
Powered by Froala Editor