ଅଧିକ ମାତ୍ରା ଇନସୁଲିନ ଦେଇ ୧୭ ଜଣଙ୍କୁ ହତ୍ୟା, ନର୍ସଙ୍କୁ ୭୦୦ରୁ ଅଧିକ ବର୍ଷ ଜେଲ୍
ଅଧିକ ପରିମାଣର ଇନସୁଲିନ୍ ଦେଇ ପ୍ରାୟ ୧୭ ଜଣ ରୋଗୀଙ୍କ ଜୀବନ ନେଇଥିବା ନର୍ସ ହିଥର ପ୍ରେସ୍ଡିଙ୍କୁ ୭୦୦ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦୋଷୀ ସାବ୍ୟସ୍ତ ନର୍ସଙ୍କୁ ଶନିବାର ୩୮୦-୭୬୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୦ ରୁ ୨୦୨୩ ମଧ୍ୟରେ ପାଞ୍ଚଟି ସ୍ବାସ୍ଥ୍ୟ ସୁବିଧା ମଧ୍ୟରେ ଅତି କମରେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ପାଇଁ ସେ ଦାୟୀ ବୋଲି କୋର୍ଟ କହିଛନ୍ତି।
ସେ ୧୭ ଜଣ ରୋଗୀଙ୍କ ମୃତ୍ୟୁ କାରଣ ବନିଥିବା ବେଳେ ୧୯ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ସବୁ ଅପରାଧ ସେ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ କରିଛନ୍ତି। ସେ ବିଶେଷ କରି ୪୩ରୁ ୧୦୪ ବର୍ଷ ମଧ୍ୟରେ ଥିବା ରୋଗୀମାନଙ୍କୁ ଅଧିକ ଇନ୍ସୁଲିନ୍ ଦେଇ ମାରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ମେ ମାସରେ ତାଙ୍କ ବିରୋଧରେ ୨ ଜଣ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିବାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଲା।
ଓକିଲମାନେ ଅଭିଯୋଗ କରିଛନ୍ତି ଯେ ସେ ରୋଗୀଙ୍କୁ ବହୁତ ପରିମାଣର ଇନସୁଲିନ୍ ଦେଇଥିଲେ, ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ରାତି ସିଫ୍ଟ ସମୟରେ କମ୍ କର୍ମଚାରୀ ଥିବା ସମୟରେ ସେ ରାତି ଇନସୁଲିନ୍ ଦେବା କଥା ପରିଚାଳନା କରୁଥିଲେ।
Powered by Froala Editor