ବି୍ରଟେନରେ ଆତଙ୍କ ସୃଷ୍ଟି କରିଛି ଡେଲଟା ଭାରିଆଣ୍ଟ
ନୂଆଦିଲ୍ଲୀ: କରୋନା ଭାଇରସର ଡେଲଟା ଭାରିଆଣ୍ଟ ଭାରତରେ ଦ୍ୱିତୀୟ ଲହରର ପ୍ରମୁଖ କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଏହା ବି୍ରଟେନରେ ଆତଙ୍କ ସୃଷ୍ଟି କରିଛି । ଏକ ସପ୍ତାହରେ ସେଠାରେ ୩୩,୬୩୦ ମାମଲା ଚିହ୍ନଟ ହୋଇଛି । ଫଳରେ ଡେଲଟା ଭାଇରସର ବି୍ରଟେନରେ ସଂକ୍ରମିତଙ୍କ ସଂଖ୍ୟା ୭୫,୯୫୩ କୁ ବୃଦ୍ଧି ପାଇଛି । ବି୍ରଟେନରେ ବର୍ତ୍ତମାନ ୯୯ ପ୍ରତିଶତ ସଂକ୍ରମଣ ଏହି ଭାରିଆଣ୍ଟ ଦ୍ୱାରା ହେଉଛି । ବି୍ରଟେନରେ ପୂର୍ବରୁ ଦେଖାଦେଇଥିବା ଭାଇରସକକୁ ଆଲଫା ଭାବେ ନାମକରଣ କରାଯାଇଥିଲା । କିନ୍ତୁ ଆଲଫା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ଅପେକ୍ଷା ଡେଲଟାରେ ସଂକ୍ରମିତ ଲୋକମାନେ ଅଧିକ ମାତ୍ରାରେ ହସ୍ପିଟାଲରେ ଭର୍ତ୍ତି ହେବାରେ ଲାଗିଛନ୍ତି । ଯାହା ବି୍ରଟେନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଜୁନ ୮ ରୁ ୧୪ ମଧ୍ୟରେ ଡେଲଟା ଭାଇରସରେ ସଂକ୍ରମିତ ୮୦୬ ଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ତା ପୂର୍ବ ସପ୍ତାହର ୪୨୩ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା । ତେବେ ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିମାନେ ଡେଲଟାରେ ସଂକ୍ରମିତ ହେଲେ ମଧ୍ୟ ହସ୍ପିଟାଲ ଭର୍ତ୍ତି ହେବାର ସମ୍ଭାବନା ୮୦ ପ୍ରତିଶତ କମ ରହିଥାଏ ।
Powered by Froala Editor