ସେପ୍ଟେମ୍ବର ୩୦ ଯାଏଁ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା
ନୂଆଦିଲ୍ଲୀ : ଗତବର୍ଷ ମାର୍ଚ୍ଚରେ କରୋନା ମହାମାରୀ ଆରମ୍ଭ ସମୟରେ ତବଲିଗି ଜମାତ ବିରୋଧରେ ଖବର ପ୍ରସାରଣ କରିଥିବା ୩ଟି ନୁ୍ୟଜ ଚାନେଲଙ୍କୁ ନୁ୍ୟଜ ବ୍ରୋଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥୋରିଟି (ଏନବିଏସଏ) ଜରିମାନା ନିଦେ୍ର୍ଧଶ କରିଛି । ଏଥି ମଧ୍ୟରୁ ଗୋଟିଏ ଜାତୀୟ ନୁ୍ୟଜ ଚାନେଲ ହୋଇଥିବା ବେଳେ ୨ଟି ଆଞ୍ଚଳିକ ନୁ୍ୟଜ ଚ୍ୟାନେଲ ରହିଛି । ଏମାନେ ତବଲିଗି ଜମାତକୁ ନେଇ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଏନବିଏସଏ ଅଭିଯୋଗ କରିଛି । ଏଥିନିମନ୍ତେ ଏହି ୩ଟି ନୁ୍ୟଜ ଚ୍ୟାନେଲ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବା ସହ ନିଜ ଦର୍ଶକମାନଙ୍କ ନିକଟରେ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଏନବିଏସଏ ନିଦେ୍ର୍ଧଶ ଦେଇଛନ୍ତି । ଏହି ଚ୍ୟାନେଲ ମୁସଲିମଙ୍କୁ ଟାର୍ଗେଟ କରି ଖବର ପ୍ରସାରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତବଲିଗ ଜମାତକୁ ନେଇ ଏହି ଚ୍ୟାନେଲଗୁଡ଼ିକ ଖବର ପ୍ରସାରଣ କରିବା ସମୟରେ ଯେଉଁଭଳି ଭାଷା, ସ୍ୱର ଓ ବ୍ୟବହାର ପ୍ରଦର୍ଶନ କରିଥିଲେ ତାହା ଗ୍ରହଣୀୟ ନୁହେଁ ବୋଲି ଏନବିଏସଏ କହିଛି ।
ନୁ୍ୟଜ ୧୮ କନ୍ନଡ଼କୁ ୧ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଥିବାବେଳେ ସୁବର୍ଣ୍ଣା ନୁ୍ୟଜକୁ ୫୦ ହଜାର ଟଙ୍କାର ଫାଇନ କରାଯାଇଛି । ଅପରପକ୍ଷରେ ଟାଇମ୍ସ ନାଓକୁ ସେନସର କରାଯାଇଛି ।
Powered by Froala Editor