ଅଭିବୃଦ୍ଧି ହାସଲ କରିବ ଭାରତୀୟ ଉପଭୋକ୍ତା ଋଣ ବଜାର
ମୁମ୍ବାଇ: ଭାରତର ଋଣ ପରିବ୍ୟବସ୍ଥା ମହାମାରୀ ସତ୍ତ୍ୱେ ସୁସଂହତ ରହିଛି । ବିଶ୍ୱର ଅନ୍ୟତମ ଅଗ୍ରଣୀ୨ ସୂଚନା ସେବା କମ୍ପାନୀ ଏକ୍ସପେରିଆନ ଏବଂ ପୁଞ୍ଜିନିବେଶ ଓ ସୁଗମତା କ୍ଷେତ୍ରରେ ରହିଥିବା ଜାତୀୟ ଏଜେନ୍ସି ଇନଭେଷ୍ଟ ଇଣ୍ଡିଆ ପକ୍ଷରୁ ସଦ୍ୟ ପ୍ରକାଶିତ ମିଳିତ ରିପୋର୍ଟ ‘ଏ ରିଭୁ୍ୟ ଅଫ ଇଣ୍ଡିଆସ କ୍ରେଡିଟ ଇକୋସିଷ୍ଟମ’ (ଭାରତୀ ଋଣ ପରିବ୍ୟବସ୍ଥାର ଏକ ସମୀକ୍ଷା) ରେ ଏହା କୁହାଯାଇଛି । ରିପୋର୍ଟରେ ଋଣ ପ୍ରଦାନ କ୍ଷେତ୍ରରେ ବହୁ ପ୍ରମୁଖ ଧାରା ସମ୍ପର୍କରେ ଆଲୋକପାତ କରାଯାଇଛି । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ଧାରା ହେଉଛି ଭାରତର ଋଣ ବଜାର ବିଶ୍ୱସ୍ତରରେ ଅଧିକାଂଶ ବୃହତ ଅର୍ଥନୀତି ତୁଳନାରେ ଉଚ୍ଚତର ଅଭିବୃଦ୍ଧି ହାର ହାସଲ କରିବାକୁ ଯାଉଛି । ଏହି ଭାରତୀୟ ଜନସଂଖ୍ୟାରେ ପରିବର୍ତ୍ତନ, ସ୍ୱଚ୍ଛଳ ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ତାହା ସହିତ ଗ୍ରାମାଞ୍ଚଳ ଜନସଂଖ୍ୟାରେ ଅଭିବୃଦ୍ଧି ଆଦି ଦ୍ୱାରା ପରିଚାଳିତ ହେବ, ଯାହା ପ୍ରଯୁକ୍ତି ଦ୍ୱାରା ଉଦପ୍ରେରିତ ହେଉଛି ।
Powered by Froala Editor