ଭୋଜପୁରୀ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ଫ୍ଲାଟ୍ରୁ ମିଳିଲା ମୃତଦେହ

ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ ହୋଇଛି । ଭାଗଲପୁରରେ ଅନ୍ନପୂର୍ଣ୍ଣା ଓରଫ୍ ଅମୃତା ପାଣ୍ଡେଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି । ଅଭିନେତ୍ରୀଙ୍କ ମୃତ୍ୟୁରେ ଭୋଜପୁରୀ ଷ୍ଟାର୍ ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଫ୍ଲାଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଖବର ଆସିବା ମାତ୍ରେ ଲୋକଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଲା ଯେ ଅମୃତା ପାଣ୍ଡେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଷ୍ଟାଟସ୍ ପୋଷ୍ଟ କରିବାର କିଛି ଦିନ ପରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।
ଅଭିନେତ୍ରୀ ନିଜ ହ୍ଵାଟସ୍ଆପ୍ ଷ୍ଟାଟସ୍ରେ ଲେଖିଥିଲେ ଯେ 'ତାଙ୍କ ଜୀବନ ଦୁଇଟି ଡଙ୍ଗାରେ ଚାଲିଛି, ମୁଁ ନିଜ ଡଙ୍ଗାକୁ ବୁଡ଼ାଇ ତାଙ୍କ ରାସ୍ତାକୁ ସହଜ କରିଦେଲି' । ତେବେ ଯେତେବେଳେ ଖବର ପାଇ ପୋଲିସ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟ୍ରେ ପହଞ୍ଚିଥିଲା, ସେତେବେଳେ ଅଭିନେତ୍ରୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ଘଟଣାସ୍ଥଳରୁ ଅଭିନେତ୍ରୀଙ୍କ ଶାଢି, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
Powered by Froala Editor