ସାବରମତୀ ନଦୀରେ କରୋନା ଭାଇରସ ଚିହ୍ନଟ
ଅହମ୍ମଦାବାଦ : ଗୁଜରାଟରେ ପ୍ରବାହିତ ହେଉଥିବା ସାବରମତୀ ନଦୀର ପାଣିରେ କରୋନା ଭାଇରସ ଚିହ୍ନଟ କରାଯାଇଛି । ସାବରମତୀ ନଦୀର ବିଭିନ୍ନ ଭାଗରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୨୫ ପ୍ରତିଶତରୁ ଊଦ୍ଧ୍ୱର୍ ନମୁନାରେ କରୋନା ଭାଇରସ ମିଳିଛି । ଆଇଆଇଟି ଗାନ୍ଧୀନଗର ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା । ନଦୀ ଜଳରେ କରୋନା ଭାଇରସ ମିଳିବା ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହା ପୂର୍ବରୁ ଗଙ୍ଗା ନଦୀ ସମେତ ଏହାର କେତେକ ଶାଖା ନଦୀରେ ମଧ୍ୟ କରୋନା ହେଉଥିବା ବିଭିନ୍ନ ନଦୀରୁ ନମୁନା ସଂଗ୍ରହ କରି ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରାଗଲେ ନଦୀ ଜଳରୁ ଭାଇରସ ବ୍ୟାପିବା ଆଶଙ୍କା ଏଡ଼ା ଯାଇପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
Powered by Froala Editor