ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ
ଅଗଷ୍ଟ ଦ୍ବିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଆୟୋଜନ ହୋଇ ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ପ୍ରଦର୍ଶନକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶନ କରିବ । ତେଣୁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ଅନୁସାରେ ମାର୍କ ପାଇପାରିବେ ।
ଏକ୍ସପର୍ଟ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ପରିଷଦ ମୂଲ୍ୟାୟନ କରିବ । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ଏକ୍ସପର୍ଟ କମିଟିର ମାର୍କିଂ ପଦ୍ଧତିକୁ ସିଏଚଏସଇ ଓ୍ୱେବସାଇଟ୍ରେ ଅପଲୋଡ୍ କରାଯିବ । ମୂଲ୍ୟାୟନରେ ସନୁଷ୍ଟ ନଥିବା ପିଲାଙ୍କୁ ପରୀକ୍ଷା ଦେବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କରୋନା ସ୍ଥିତି ସୁଧୁରିବା ପରେ ଅଫ୍ଲାଇନ୍ ପରୀକ୍ଷା ହେବ ।
ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୨୦୨୧ର ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି । କିନ୍ତୁ ଯୁକ୍ତ ୨ ପରୀକ୍ଷା ଫଳ ବାହାର କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।
Powered by Froala Editor