୩୦ ରେ ମୁଖ୍ୟମନ୍ତ୍ରୀ ଦାଖଲ କରିବେ ନାମାଙ୍କନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କାର୍ୟ୍ୟକ୍ରମ କରିବେ ।
ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ତା’ପରେ ସେ ସକାଳ ୧୧:୩୦ ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ୟ୍ୟନଗର , ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ। ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ଏବଂ ମେ ୩ ରେ ରାଲି ଅନୁଷ୍ଠିତ ହେବ। ସେହିପରି ଗୋପାଳପୁର ଏବଂ ଆସ୍କାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି।
Powered by Froala Editor