ବିଲରେ ପରିବା ତୋଳୁଥିଲେ ଲାଗିଲା କରେଣ୍ଟ: ବାପା ମୃତ ଓ ପୁଅ ଗୁରୁତର
ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡାପଡା ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଆଖି ବୁଜିଥିବା ବେଳେ ଗୁରୁତର ହୋଇ ପଡ଼ିଛନ୍ତି ପୁଅ।ମୃତକ ହେଲେ ଆଡାପଡା ଗ୍ରାମର କୋରା ବେହେରା ଓ ଗୁରୁତରଜଣକ ହେଲେ ତାଙ୍କ ପୁଅ ତୋଫାନ ବେହେରା।
ଉଭୟ କୋରା ଓ ତୋଫାନ ଆଜି ସକାଳେ ନିଜ ବିଲରେ ପରିବା ତୋଳୁଥିଲେ। ଉକ୍ତ ସମୟରେ ହଠାତ୍ ବିଲରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିବା ବେଳେ କୋରା ତାହା ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତୋଫାନ ବି ଗୁରୁତର ହୋଇଥିଲେ।ଉଭୟ ବାପପୁଅଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ବେଳେ ସେଠାରେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗୁରୁତର ତୋଫାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ୍ କାଟ୍ କରାଯାଇ ଘଟଣାର ତଦନ୍ତ କରାଯାଉଛି।
Powered by Froala Editor