ଓଠ ସର୍ଜରୀ କରିଛନ୍ତି କି ଇଶା?

ଇଶା ଦେଓଲଙ୍କ ଭାରତ ତାଖତାନୀଙ୍କ ସହିତ ପ୍ରାୟ ୧୧ ବର୍ଷର ବୈବାହିକ ସମ୍ପର୍କ ସମାପ୍ତ ହୋଇଛି। ଉଭୟେ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ସାର୍ବଜନୀନ କରିଥିଲେ। ବିବାହ ବିଚ୍ଛେଦ ହେବା ପରେ ଇଶା ଏବେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଲୋକେ ଆଚମ୍ବିତ ହେବା ସହ ଟ୍ରୋଲ କରିଛନ୍ତି । କିଛି ୟୁଜର ଦାବି କରୁଛନ୍ତି ଅଭିନେତ୍ରୀଙ୍କର ଲିପ୍ ସର୍ଜରୀ କରାଯାଇଛି।
ନିକଟରେ ଇଶା ଦେଓଲ ଏବଂ ତାଙ୍କ ଭଉଣୀ ଅହାନା ଦେଓଲଙ୍କୁ ମଥୁରାରେ ଦେଖିବାକୁ ମିଳିଥିଲା। ଉଭୟ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଇଶା ବାଙ୍କେ ବିହାରୀ ପରିଦର୍ଶନ କରିଥିଲେ। ବାଙ୍କେ ବିହାରୀଙ୍କୁ ଦର୍ଶନ କରିବା ପରେ ସେ ଗଣମାଧ୍ୟମକୁ ଭେଟିଥିଲେ। ବାର୍ତ୍ତାଳାପ ସମୟରେ ଇଶା ଦେଓଲ ରାଜନୀତିରେ ପ୍ରବେଶ କରିବାକୁ ସଙ୍କେତ ଦେଇଥିଲେ। ଏହାପୂର୍ବରୁ ଅଭିନେତ୍ରୀଙ୍କ ମା’ହେମା ମାଳିନୀ ମଧ୍ୟ ତାଙ୍କ ଝିଅର ରାଜନୀତିରେ ଆଗ୍ରହ ରହିଥିବା ପ୍ରକାଶ କରିଥିଲେ। ଯାହା ପରେ ଇଶାଙ୍କ ରାଜନୀତିରେ ପ୍ରବେଶକୁ ନେଇ କଳ୍ପନାଜଳ୍ପନା ଜୋର୍ ହେବାରେ ଲାଗିଛି।
ତେବେ ରାଜନୀତି କଥାକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଙ୍କ ଓଠକୁ ନେଇ ସେତିକି କଥା ଉଠୁଛି । ୟୁଜର୍ସ ତାଙ୍କ ଲିପ୍ ସର୍ଜରୀ ହୋଇଛି କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି । ଜଣେ ୟୁଜର ପଚାରିଥିଲେ, ଇଶା ଦେଓଲଙ୍କ ଓଠରେ କ’ଣ ହେଲା? ଅନ୍ୟ ଜଣେ ୟୁଜର କହିଛନ୍ତି,କଳାକାରମାନେ କାହିଁକି ଓଠ ସର୍ଜରୀ କରନ୍ତି ତାହା କଦାପି ବୁଝି ହୁଏ ନାହିଁ। ଅନ୍ୟ ଜଣେ କହିଛନ୍ତି, ଏହି ଅସ୍ତ୍ରୋପଚାର ଇଶାଙ୍କ ଉପରେ ଆଦୌ ଭଲ ଦେଖାଯାଉ ନାହିଁ। ତେବେ ଏହି ଫଟୋଗୁଡ଼ିକ ପାଇଁ ଅଭିନେତ୍ରୀଙ୍କୁ ମଧ୍ୟ ଟ୍ରୋଲ୍ କରାଯାଉଛି।
Powered by Froala Editor