କର୍କଟ ନେଲା ଜୀବନ : ୩୦ ବର୍ଷରେ ନିରବୀ ଗଲେ ସୁରଭି
କମ୍ ବୟସରେଫ୍ୟାସନ ଇନଫ୍ଲୁଏନସର ଭାବେ ଜଣାଶୁଣା ଚେହେରା ପାଲଟିଥିବା ସୁରଭି ଜୈନ କର୍କଟରେ ପ୍ରାଣ ହରାଇଛନ୍ତି । ମାତ୍ର ୩୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସୁରଭି ତିନି ବର୍ଷ ପୂର୍ବେ ଗର୍ଭାଶୟ କର୍କଟ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଅସ୍ତ୍ରୋପଚାର କରାଇଥିଲେ। ଗତମାସରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶେଷରେ ସୁରଭି ହାରିଯାଇଛନ୍ତି।
ଏକମାସ ପୂର୍ବେ ସୁରଭି ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟରେ କହିଥିଲେ, ମୁଁ ଅନେକ ଅସୁବିଧା ଓ କଷ୍ଟ ଯନ୍ତ୍ରଣା ଦେଇ ଗତି କରୁଛି। ଖାଇବା ଓ ପିଇବାରେ ଅନେକ ଅସୁବିଧା ହେଉଛି। ଆଇଭି ଟ୍ୟୁବ୍ ଜରିଆରେ ତରଳ ପଦାର୍ଥ ଖାଇବାକୁ ଦିଆଯାଉଛି। ବାସ ମୋତେ ଏତିକି ଆର୍ଶୀବାଦ କରନ୍ତୁ ମୁଁ ଶୀଘ୍ର ସୁସ୍ଥ ହୋଇଯାଏ। ଏ ଯନ୍ତ୍ରଣା କମ ହୋଇଯାଉ।
ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ତାଙ୍କର ମଉଳିଯାଇଛି । ଏଖବର ଣୁଣି ଫ୍ୟାସନ ଇଣ୍ଡଷ୍ଟ୍ରିର ସମସ୍ତ ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ଏହା ଗୁଜବ ନୁହେଁ ତ ବୋଲି କିଛିଲୋକ ପ୍ରଶ୍ନ କରିଛନ୍ତି।
Powered by Froala Editor